🟢 ବ୍ରେକିଂ ନ୍ୟୁଜ

ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା! ନାଳରେ ଭାସିଗଲା କାର୍‌ | ୭ ଓଡ଼ିଆ ପର୍ଯ୍ୟଟକ ମୃତ, ଗୋଟିଏ ପରିବାରରେ ଶୋକର ଛାୟା

 ମଧ୍ୟପ୍ରଦେଶରେ କାର୍ ଦୁର୍ଘଟଣା ଭାସିଗଲା କାର୍‌, ୭ ଓଡ଼ିଆ ପର୍ଯ୍ୟଟକ ମୃତ

 ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିବା ଏକ ଓଡ଼ିଆ ପରିବାର ପାଇଁ ଯାତ୍ରା ପାଲଟିଛି ଦୁଃଖଦ ଘଟଣାରେ। ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଏକ କାର୍‌ ନାଳରେ ଖସି ପଡ଼ିବାରୁ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକମାନେ ସମସ୍ତେ ଭୁବନେଶ୍ୱରର ଏବଂ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ ଥିବା ଜଣାପଡ଼ିଛି। ସେମାନେ ଭୁବନେଶ୍ୱର ଜୟଦେବ ବିହାର ଭଅଞ୍ଚଳରେ ଥିବା ବନା ଢାବାର ମାଲିକ ବନମାଳୀ ବେହେରାଙ୍କ ପରିବାରର ବୋଲି ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ବନମାଳୀ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ବେହେରା, ଝିଅ ରୀତାରାଣୀ ବେହେରା, ଜ୍ୱାଇଁ ଜ୍ଞାନେନ୍ଦ୍ର ବେହେରା, ନାତି କୃଷ୍ଣରାବୀରଙ୍କ ସମେତ ଆଉ ଜଣେ ନାତି ଓ ନାତୁଣୀ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ମଧ୍ୟପ୍ରଦେଶର ପ୍ରସିଦ୍ଧ ଅଗର ମାଲୱା ଜିଲ୍ଲାର ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ କାର୍‌ ଯୋଗେ ଯାଉଥିଲେ। ନଲଖେଡା ଥାନା ଅଧୀନ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ରାସ୍ତାକଡ଼ରେ ଥିବା ଏକ ନାଳ ପାଣିରେ ପୂର୍ଣ୍ଣ ହୋଇଯାଇଥିଲା।ଭୋର ସମୟରେ କାର୍‌ଟି ନିୟନ୍ତ୍ରଣ ହରାଇ ଉକ୍ତ ନାଳ ଭିତରକୁ ଖସିପଡ଼ିଥିବା ଜଣାପଡ଼ିଛି। ପାଣିର ସ୍ରୋତରେ କାର୍‌ଟି ଭାସିଯିବାରୁ ଗାଡ଼ିରେ ଥିବା ଯାତ୍ରୀମାନେ ମଧ୍ୟ ଭାସିଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ନଲଖେଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ପୋଲିସ ସ୍ଥାନୀୟ ଡ୍ରାଇଭରଙ୍କ ସମେତ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।



ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ଭୁବନେଶ୍ୱର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Previous Post Next Post
Magspot Blogger Template

نموذج الاتصال