ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭରରେ ଉଚ୍ଚସ୍ତରୀୟ ତଦନ୍ତ
ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭର ବ୍ରିଜ୍ର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍। ବ୍ରିଜ୍ର ନିର୍ମାଣ କାର୍ଯ୍ୟ, ଗୁଣବତ୍ତା ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଟିମ୍ ପକ୍ଷରୁ ଯାଞ୍ଚ କରାଯାଉଛି।
ସୂଚନା ଅନୁସାରେ, କିଛି ଦିନ ତଳେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଫ୍ଲାଏଓଭର ସମ୍ପର୍କିତ ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ଦାବି କରିଥିଲେ।
ଏହା ପରେ ଫ୍ଲାଏଓଭରର ବାସ୍ତବ ସ୍ଥିତି ଓ ନିର୍ମାଣରେ କୌଣସି ତ୍ରୁଟି ରହିଛି କି ନାହିଁ, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଟିମ୍ର ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
Tags
Latest


