୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଚାଲାଣକାରୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ କଇଁଛ ଚାଲାଣ ରାକେଟ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ମୋଟୁ ପୋଲିସ ଓ ବନ ବିଭାଗର ମିଳିତ ଉଦ୍ୟମରେ ପେଟ୍ରୋଲିଂ ସମୟରେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି।
କଇଁଛଗୁଡ଼ିକୁ ଚାଲାଣ କରାଯାଉଥିବା ସନ୍ଦେହରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଏହାସହ ଚାଲାଣରେ ବ୍ୟବହୃତ ୨ଟି ମୋଟରସାଇକେଲ ଓ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ଉଦ୍ଧାର ହୋଇଥିବା କଇଁଛଗୁଡ଼ିକୁ ବନ ବିଭାଗ ହେପାଜତରେ ରଖାଯାଇଥିବା ବେଳେ, ଏହି ଚାଲାଣ ଘଟଣା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଘଟଣାରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।
Tags
Crime


