🟢 ବ୍ରେକିଂ ନ୍ୟୁଜ

ମହିଳା ସରପଞ୍ଚଙ୍କ ସହ କଥିତ ଦୁର୍ବ୍ୟବହାର ଅଭିଯୋଗ: ଏସ୍‌ପିଙ୍କୁ ଦାବିପତ୍ର

ଆସିକା: ଆସିକା ବ୍ଲକରେ ସମିତି ବୈଠକ ଚାଲିଥିବା ସମୟରେ ଜଣେ ମହିଳା ସରପଞ୍ଚଙ୍କ ସହ କଥିତ ଦୁର୍ବ୍ୟବହାର ଓ ଅଶ୍ଳୀଳ ଭାଷା ପ୍ରୟୋଗ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଅନୁସାରେ, ବିଧାୟକଙ୍କ ପୁତ୍ର ଉକ୍ତ ମହିଳା ସରପଞ୍ଚଙ୍କ ସହ ଏଭଳି ଆଚରଣ କରିଥିବା କୁହାଯାଇଛି।

ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯିବା ସହ ଘଟଣାକୁ ଘୋର ନିନ୍ଦା କରାଯାଇଛି। ମହିଳା ଜନପ୍ରତିନିଧିଙ୍କ ସମ୍ମାନ ଓ ସୁରକ୍ଷା ନେଇ ସଂଘ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି।

ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ଦାବିରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଏହା ଏକ ଅଭିଯୋଗ ହୋଇଥିବାରୁ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସ୍ପଷ୍ଟ ହେବ। ଘଟଣାକୁ ନେଇ ଆସିକା ସମେତ ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧି ମହଲରେ ଚର୍ଚ୍ଚା ଜାରି ରହିଛି।

Previous Post Next Post
Magspot Blogger Template

نموذج الاتصال